ଦେଖି ନାହଁ ଯଦି
ଦେଖି ନିଅ ଥରେ
ମୁଁ କିଏ ଆଉ ଦିଅ
କହି କିଏ ଅଛି
ପାଖରେ ଏତେବେଳେ ।
କହିବ ଆଉ ଜାଣିବ
ତୁମ ନିଜର କିଏ ଆଉ
କରୁଛି କଣ ସିଏ ।
ଜାଣିବ ଆଉ ଜଣାଇବ
କୋଉଠି ସତ ମିଛର
ଘୋଡଣି ଭିତରେ ।
ଦେଖୁଛ ଯାହା, ତାହା
ଯେ ତାହା କହିବ କିଏ
ଅଛି କି ଜଣେ ପାଖରେ ।
This poem has not been translated into any other language yet.
I would like to translate this poem