ଯେ କେହି ବି
କହିଦେବ ସତ କୋଉଠି
ଆଉ କଣ ।
ମତେ ସତ
ତୁମକୁ ମିଛ
ହୋଇପାରେ ନା ଏମିତି ।
ଆଉ ଯାହା ହୋଇପାରେ,
ଅସ୍ଵୀକାର କରିବାଲୋକ
ଅଛି କି କିଏ ।
ଯେମିତି ବି ହେଉ
ବାରି ଦେବାକୁ ହେବ,
ହେଉପଛେ ଝଲଝଲାତ୍ ଆଲୁଅ
ଆଉ ନେବାକୁ ହେବ ନିଜକୁ
ନିଜଠୁ ଦୂରକୁ, ଦୂରକୁ ।
This poem has not been translated into any other language yet.
I would like to translate this poem