ଗଲାକଥା ଗଲାଣି,
ଏବେ ଆମେ ଆମର ହେଲୁଣି ।
ଆମେ ଯୋଉମାନେ ଅଛୁଁ ଏଠି
ସହ୍ୟ କରି ଚାଲିଛୁଁ ତୁମର
ଅନ୍ୟାୟ ଅତ୍ୟାଚାର ସବୁ ।
ମନେରଖ, ଆଉ ଏଣିକି
ସେସବୁ ହେବ ନାହିଁ ।
ଆମେ ଆଉ ଶୋଇବାବସ୍ଥାରେ,
ଦେଖ, ନାହୁଁ ।
ଆମର ନାହିଁ କିଛି ଦୋଷ,
ଦୋଷ କରି ତୁମେ ଆମ ଉପରେ
ବୋଳି ଚାଲିଛ ଅଠା ସବୁ,
ଆମେ ବାହାରିଛୁଁ କରିବାକୁ ସଫା
ଦେଖ ଟିକିଏ ଭଲ କରି ଏପଟେ ।
ଏପଟେ ଆମର ଆଲୁଅରେ ଆମେ
ଚକ୍ ଚାକ୍ କରୁଛୁଁ ଆଉ ଲାଗି ପଡିଛୁଁ
ସୁଧାରିବାକୁ ତୁମକୁ ।
ଯାଅ, ସୁଧୁରି ଯାଅ ବେଳ ଥାଉ ଥାଉ ।
This poem has not been translated into any other language yet.
I would like to translate this poem