1.
ଭୁଲିଯାଇ
ମୁଁ ଭଲ କଲି ନାହିଁ
ଜଣେ ବି କହି ନାହିଁ ।
କିନ୍ତୁ ମୁଁ ଭୁଲି ନାହିଁ
ଆଉ ଭୁଲିଛି ଯାହା
ତାହା ଭୁଲିବା କଥା
ନୁହେଁ କେହି କହି ନାହିଁ ।
କହି ନାହିଁ କେହି
କୋଉଟା ଉତ୍ତମ,
କହିଛି ଗତି କଥା ।
ଆଉ ସେ କଥା ଥିଲା
ସୂର୍ଯ୍ୟ, ଥିଲା ବାୟୁ,
ଥିଲା ପାଣି, ଆଉ ଆମେ
ଅଜଣା ସବୁ ଜାଣି ଜାଣି ।
2.
ମୁଁ ଯେ
ସବୁଆଡକୁ
ପାରୁଛି ଦେଖି
ଆଉ ସବୁ ଦେଖି
ଠିକଣା ପଦକ୍ଷେପ
ନିଆ ଯାଇଛି, ନୀରବ
ସମସ୍ତେ ଏ ବିଷୟରେ ।
ଯୋଉ ବିଷୟରେ,
ଆଉ ଯୋଉ ବିଷୟରେ
ଖୋଲୁଛି ଯିଏ ପାଟି
ସଠିକ୍ ଅର୍ଥ ପଡୁ ନି ବୁଝା ।
ବୁଝି ନ ହେଲାବେଳକୁ,
ନିତ୍ୟ ଉଦ୍ୟମ ନ ରହୁଛି ନୁହେଁ,
ବରଂ ଘୋଷଣା କରୁଛି ସତ୍ୟ ।
This poem has not been translated into any other language yet.
I would like to translate this poem