ସଂଖ୍ୟାର ହିସାବ
କରୁଛ ତୁମେ
ମୁଁ ନୁହେଁ ।
ସଂଖ୍ୟାର ଖେଳ
ତୁମର ସବୁ, କିନ୍ତୁ
ନୁହଁ ମୋର ବେଳକୁ ।
ସମସ୍ତ ସଂଖ୍ୟାର
ବାହାରେ ମୁଁ,
ମୁଁ ପୁଣି ଉର୍ଦ୍ଧ୍ଵରେ
ସବୁ ଅକ୍ଷର ଆଉ
ସବୁ ଶବ୍ଦର ।
ମୁଁ ମୋର ବେଶ୍ ଖୁସିରେ,
ମୁଁ ମୋର ଏକା ଏକା ଏଠାରେ,
ମୁଁ ମୋର ସଦା ସନ୍ତୋଷରେ ।
This poem has not been translated into any other language yet.
I would like to translate this poem