ସାପ ଗଛରେ
ଗଛ ଦେହ,
ସାପ ଗଛରେ ।
ନିଆଁରେ ଗଛ,
ମୋ ଭାଇ, ସ୍ତ୍ରୀ,
ବନ୍ଧୁବାନ୍ଧବ, ପୁତ୍ର, କନ୍ୟା,
ରକ୍ତ ସଂପର୍କୀୟ ଯେତେକ
ଛଟପଟ ସବୁ ।
ନାହିଁ ଆଉ କୁଆଡକୁ
ବାଟ ।
ଆରକ୍ଷୀଦଳ ନୀରବ,
ପାଣି ପବନ ନୀରବ ।
ଆକାଶ ଖୋଲା,
ସହରରେ ନାହାନ୍ତି ଲୋକ ।
ଶେଷ ଯାତ୍ରା ।
This poem has not been translated into any other language yet.
I would like to translate this poem