କାନ୍ଦିବା ଯାହାର ଭାଗ୍ୟ
ସେ କାନ୍ଦିବ ଆଉ
ସେ କାନ୍ଦିବା ଭିତରେ
ହସିବ ଆଉ ସେଇଟା
ତାହାର ସୌଭାଗ୍ୟ ।
ସୌଭାଗ୍ୟ କହିଲେ
ରହିଛି ସମୟ କହିବାକୁ
ଯେତେ ଯାହା ଦୁଃଖସୁଖ
ଯାହା ଭିତରେ ଦିଶୁଛି
ମୁହଁ ଜଣାଅଜଣାଙ୍କର ।
ସମୟ ନିରପେକ୍ଷ
କହୁଛି ଯିଏ, ଅଛି ସିଏ
ସୁବିଧା ଜାଗାରେ ନିଶ୍ଚୟ
ନହେଲେ ଭୋଗିଥାନ୍ତା ପରାଜୟ ।
This poem has not been translated into any other language yet.
I would like to translate this poem