ସବୁ ସତ ଯେ
ସତକୁ ବୁଝେଇ କହିଲାବେଳକୁ
ଡହକବିକଳ ହୋଇଯାଉଛି ଆତ୍ମା ।
ସ୍ଵାଗତ କରିବାକୁ ଅଛି କିଏ?
ସତ - ଡହ ଡହ ନିଆଁ,
ସତ - ପିନ୍ ପିନ୍ ଖଣ୍ଡାଧାର,
ଆଉ ଆମେ ତା ଉପରେ ସବାର ।
ଯେମିତି ହେଉ, ଗୋଡ କାଢିସାରିଛେ ଯେବେ,
ଯିବାକୁ ଇ ହେବ ଆଗକୁ ଆତ୍ମାର ଆଲୁଅରେ ।
ଆଉ ଆଲୁଅ ଆମେ ନିଜେ, ନିଜକୁ
ନିଜଠୁ ମୁକୁଳାଇ ଆମକୁ କହିବାକୁ ହେବ
ଆମେ କେତେ ଠିକ୍ ଆଉ କେତେ ମାତ୍ରାରେ
ପ୍ରତିଶ୍ରୁତିବଦ୍ଧ ଏଠାରେ ଆଉ ଆମ ପ୍ରସ୍ତୁତ କେତେ
ନେବାକୁ ସମସ୍ତଙ୍କୁ ସାଥୀରେ ।
This poem has not been translated into any other language yet.
I would like to translate this poem