ଦେଖାଯାଉର ଅର୍ଥ
ସନ୍ଦେହରେ ତୁମେ,
ଆଉ ଥରେ ସନ୍ଦେହ
ଦେଖାଦେଲା ଅର୍ଥ
ସେଇଟା ବଢିବଢି ଯିବ
ତୁମର ସର୍ବନାଶ କଲାଯାଏ ।
ଏମିତି ତ ତୁମେ
ମରିସାରିଛ କେବେଠୁ,
ଏମିତି ବି ତୁମର
ପଇସାଟିଏକର ନାହିଁ ମୂଲ୍ୟ ।
ତୁମର କଥାରେ
ତୁମର କାର୍ଯ୍ୟରେ
ଭରି ରହିଛି ଅମାନବିକତାର
ଭୁରି ଭୁରି ପ୍ରମାଣପତ୍ର ।
ତୁମେ ନୁହଁ ବି
କୋଉ ଖେତର ।
ଦୟା ଲାଗୁଛି ବନ୍ଧୁ,
ତୁମକୁ ଦେଖି, ତୁମ ନିଜ
ନିଆଁରେ ତୁମେ ନିଜେ
କେମିତି ପୋଡି ମରୁଛ
ଆଉ କରୁଛ ଚିତ୍କାର
ଯାହାର ଅର୍ଥ ତୁମକୁ
ସ୍ଵୟଂ ଅଗୋଚର ।
This poem has not been translated into any other language yet.
I would like to translate this poem