ଶତ୍ରୁତା ସୃଷ୍ଟି କରିବା
ମତଲବରେ ମୁଁ ନାହିଁ ।
ମୁଁ ନାହିଁ କଉଣସି କଥାକୁ
ତିଳରୁ ତାଳ କରିବା ପାଇଁ ।
ଦେଖାଦେଲା ଯଦି କିଛି ସମସ୍ୟା
ଚେରକୁ ଖୋଜି ବାହାର କରିବାକୁ
ମୁଁ ତୟାର ଆଉ ଲାଗିଛି ସେଥିରେ ।
କିନ୍ତୁ ବରଂ ଅଥଚ ଆଦିର
ଉର୍ଦ୍ଧ୍ଵରେ ଥାଇ ମୁଁ କହିବାକୁ ତୟାର
କିଏ କଣ କୋଉଠି କେମିତି ।
ନିର୍ଦ୍ଦିଷ୍ଟ ଭାବେ ହେବ ନି କହି
ପୁଣି କଣ ପାଇଁ ଏତେ ଭିଡ,
ପ୍ରେମ ଛଡା ଆଉ କୋଉ ଭାଷାରେ
କରିହେବ ସମସ୍ତଙ୍କୁ ନିଜର!
This poem has not been translated into any other language yet.
I would like to translate this poem