ପୂରା ପାରି ନି ବୁଝି
ତଥାପି ଅଛି
ତୁମର ହୋଇ ଏଠି ।
ଠୁଳ ସବୁ ସମସ୍ୟା
ଯଦିଓ, କରୁ ନି ଖାତିର ।
ସତ୍ୟକୁ ସତ୍ୟ କହିବାକୁ
ପଛକୁ ହଟିବାକୁ ପଡୁଛି କିଆଁ,
ଜାଣି ବି ସବୁ ଅଜଣା ।
ଏତେ ଘରବାଡି ଟଙ୍କାସୁନା
ହେବ କଣ ଜଣା ନ ଅଛି ନୁହେଁ,
ତଥାପି ଯେ ଯୋଠି
ଜାଳିବାରେ ବ୍ୟସ୍ତ ନିଆଁ ।
ୟେ ଆଉ କିଛି ନୁହଁ
ଥଣ୍ଡା ଥଣ୍ଡା ଦୁନିଆଁ ।
This poem has not been translated into any other language yet.
I would like to translate this poem