କର୍ତ୍ତବ୍ୟ,
କଣ କର୍ତ୍ତବ୍ୟ,
କିଏ କହିବ,
କହିବ କାହାକୁ,
କହିବ କେମିତି।
ଆମେ ଏତେବେଳକୁ
ଗଲୁଣି ଭୁଲି ମା, ମାଟି
ଆଉ ମାତୃଭାଷାକୁ ।
ଗଲୁଣି ଭୁଲି କଣ
ଖାଇବାକୁ ହେବ
କେମିତି କେତେବେଳେ ।
ଶବ୍ଦ ଅର୍ଥ ଆଉ ନାହିଁ କିଛି,
ଆଉ ନାହିଁ ସ୍ନେହ ପ୍ରେମ
ନାହିଁ କହନ୍ତି ଯାହାକୁ ଜୀବନ ।
This poem has not been translated into any other language yet.
I would like to translate this poem