କମ ହେଉ କି ବେଶୀ,
ଜୀବନରେ ରହିଛି ଅର୍ଥ ।
ଅର୍ଥକୁ ଖୋଜୁ ଖୋଜୁ
ଆମେ ଯାଇ ପହଂଚି ଯାଉଛୁଁ
ଆଉ କୋଉଠି ଯାହାକୁ
କହନ୍ତି ଜୀବନ ଯାତ୍ରା ।
ଜୀବନ ଜାଗାରେ ଜୀବନ ଥାଉ,
ଆମର ଯିବା ହେଉ ଆଗକୁ ଆଗକୁ ।
ନ ସହିଲେ ପଥର ବି ବହିଯାଏ
ପାଣି ହୋଇ ଆଉ ସେତେବେଳେ
ଖୋଜିହେଲେ ମିଳେ ନା ଲୁହ ବି ।
ଯାହା ଦିଆଯାଇଛି ଜୀବନରେ
ସେତକ ଯଥେଷ୍ଟ ଆଉ ସେତିକି
ଚଳି ନ ପାରିଲେ କେବଳ କଷ୍ଟ ।
This poem has not been translated into any other language yet.
I would like to translate this poem