ଗଜଲ Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଗଜଲ

Rating: 5.0

ଗଜଲ
ମୂଳ ପଂଜାବୀ- ସୁରଜିତ ଜଜ୍ଜ
ରୂପାନ୍ତର ଓଡିଆ- ଗଜାନନ ମିଶ୍ର

ଚନ୍ଦ୍ର ତାରା ନକ୍ଷତ୍ର ଡିବିରି ଦୀପ ଜଳେ ଯାହା ସବୁ
ତୁମରି ଦୁଆରେ ହେ ପ୍ରିୟ, ସେସବୁରେ ମୋର ହୃଦୟ ।

ଫୁଲ ପ୍ରଜାପତି ରଙ୍ଗ ବାସ କୋଇଲି ଆଉ ଗୀତ
ଆଉ ସବୁ ଜୀବନ୍ତ ଜୀବନ୍ତ ସେସବୁରେ ମୋର ଦେହ ।

ବରଫ ଝରଣା ନଈ ନାଳ ହ୍ରଦ ଆଉ ସବୁ ନଦୀ
ଏମିତି ପରିବେଶ ଆଉ ମୁଁ ତୃଷାର୍ତ ଗଛ ।

ନୀରବ ଜଙ୍ଗଲ ନିଃସଙ୍ଗ ବୃକ୍ଷ ନିର୍ବାକ୍ ପକ୍ଷୀ
ନିସ୍ପନ୍ଦ ପବନ ଭିତରେ ବି ସବୁଜ ପତ୍ରର ଗୁଂଜନ ।

ପତ୍ରଝଡା ବାୟୁପ୍ରବାହ ତୃଷା ଅସହାୟତା ବିସ୍ତାରିତ
ତଥାପି ରହିଛି ବିଜୟଶୋଭାଯାତ୍ରାର ପଦଚିହ୍ନ ।

ବନ୍ଦକବାଟ ଆବୃତ ବାତାୟନ ଅସୁରକ୍ଷିତ ଗଳିରେ
ରହିଛି ବି ପ୍ରତ୍ୟେକଙ୍କ ଘରେ ଦର୍ପଣ ।

ଦଦରାନାବ କାଳରାତ୍ରୀ ପବନ ଅନଭିଗ୍ୟଁ ନାବିକ
ରହିଛି ପାଖରେ ସୁରକ୍ଷାର କିଳିଣୀ ବନ୍ଧନ ।

ସାଜ ଉପକରଣ ଶବ୍ଦ କବିତା ସତ୍ୟ ସ୍ଵପ୍ନ ସୁସଙ୍ଗତ ସ୍ଵର
ପ୍ରିୟ, ସୁରଜିତ ଦେଖେ, ତୁମର ମୁହଁ ।

Tuesday, January 17, 2017
Topic(s) of this poem: god
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success