ନାଁ କିଆଁ ପଚାରୁଛ,
ମୋର ଗୋଟେ ନାଁ କଣ,
ଯାହା ଗୋଟିଏ କହିଦିଅ ।
ଏମିତି ଯାହା ବି କହିବ
କିଛି ବି ସତ୍ୟ ନୁହଁ ।
ସତ୍ୟ ତ ଏମିତି ମାତ୍ର ଗୋଟିଏ,
ଆଉ ସେଇଟା ମାଟି ।
ମାଟି ଆଉ ଆକାଶ,
ଏ ଦି ଜଣଙ୍କ ଖେଳ
ହେଉଛି ଆମର କାଳ ।
ଆମେ କିଏ କିଛି
ଜାଣି ନ ପାରି ଆମେ
ହେଉଛୁଁ ଘାଣ୍ଟି ଏଠାରେ
ତୁମେ ମୁରୁକି ହସୁଛ ଏତେବେଳେ ।
This poem has not been translated into any other language yet.
I would like to translate this poem