1.
ଦୁର୍ଘଟଣା,
କାହାର?
କୋଉଠି?
କେମିତି?
କିନ୍ତୁ ଦୁର୍ଘଟଣା
ମଣିଷର,
ମଣିଷପଣିଆର
ଯାହାର ସମାଧାନ
କେବଳ ମଣିଷଠି ।
2.
ଭାଷା ମୂଳ
ଭାଷା ହେଉଛି ମୂଳ,
ମୂଳରେ ଦିଅ ଜଳ,
କଅଁଳିବ ନବପତ୍ର,
ଫୁଟିବ ଫୁଲ,
ଫଳିବ ଫଳ ।
ଦୁନିଆସାରା ଯେତେଯିଏ
ଯୋଉଠି, ପାଇ କରିବେ
ଜୀବନ ସାର୍ଥକ ।
This poem has not been translated into any other language yet.
I would like to translate this poem