ଦୁର୍ଗତି ଛଡା ଆଉ
ଅଛି କଣ?
ପୂର୍ବ ଦିଗେ ଘର,
ଘରେ ପ୍ରଥମ ଆଲୁଅ,
ତଥାପି ଯଦି ଆମେ
ନିଘୋଡ ନିଦରେ ।
ଦୁର୍ଗତି ଛଡା
ଆଉ ଅଛି କଣ?
ସତ୍ୟ ଆମଠି
ଥାଇ ବି ଆମେ ଯଦି
ଜାଣି ଚିହ୍ନି ନ ପାରିଲେ,
ସତ୍ୟରେ ରହି ନ ପାରିଲେ ।
ଦୁର୍ଗତି ଛଡା ଆଉ
ଅଛି କଣ?
ଜିଇଁ ଥାଉ ଥାଉ
ଯଦି ନ କଲେ ପ୍ରେମ
ଆଉ ଯଦି ନ ବୁଝିଲେ
ଅଣ ଏ ଜୀବନ ।
This poem has not been translated into any other language yet.
I would like to translate this poem
Ek stem saam, ja-nee, nes jy daar sê, grote Griet, impak en al...