ଆକାଶ ନାହିଁ
ଅଛି କିନ୍ତୁ
ଆକାଶେ ସ୍ଵପ୍ନ ।
ଯାହା ଦିଶୁଛି
ତାହା ଛଉଛଉକା ଖେଳ
ଆକାଶର ଅଗଣାରେ ।
ଅଛି ସବୁ
ନଈ ପାହାଡ ଗଛ
ଅଛି ଉଡି ଯାଉଥିବା ଚଢେଇ
ଅଛି ଘୁମୁରୁଘୁମ ବିଲେଇ ।
ବିଲେଇ ଜାଣେ
ମୁହଁ ଦିଶେ କେମିତି ଦର୍ପଣରେ ।
ଆଉ ଦର୍ପଣ କହିଦିଏ
ସଜଡା ହୋଇଛି କଣକ ।
This poem has not been translated into any other language yet.
I would like to translate this poem