ସାଧାରଣତନ୍ତ୍ର
ପ୍ରଜାତନ୍ତ୍ର
ଗଣତନ୍ତ୍ର
ଜନତା ଜର୍ନାର୍ଦନ
ସବୁ ନିୟମ
ସବୁ ସମ୍ବିଧାନ
ଜନଗଣର
ଭାଷା ସାହିତ୍ୟ
ଜନଗଣର
ଆନନ୍ଦ ନୃତ୍ୟ
ଜୀବନକୁ କରେ
କୃତ୍ୟ କୃତ୍ୟ ।
ମାଟି ମା ଜନଗଣର
ଯେତେ ଯିଏ ଯୋଉଠି
ଯୋଉ ଯୋଉ କାର୍ଯ୍ୟରେ ନିଯୁକ୍ତ
ସବୁ ସବୁ ଜନଗଣର
ସବୁ ସବୁ ଜନଗଣ ପାଇଁ ।
ଜନଗଣର ଜୟହେଉ,
ପୃଥିବୀ ଉପରେ ଆହୁରି
ଆଲୁଅ ବର୍ଷୁ, ଆହୁରି
ଅମୃତ ବର୍ଷୁ, ସମସ୍ତଙ୍କ
ଜୀବନ ରସସିକ୍ତ ହେଉ ।
This poem has not been translated into any other language yet.
I would like to translate this poem