କିଛି ଗୋଟେ ସେମିତି
ରଖୁଛି ମତେ ବିଷାଦରେ
କିନ୍ତୁ ଜାଣେ ମୁଁ
କୋଉଠି ବି ସେମିତି
ରହିବାବାଲା ମୁଁ ନୁହଁ ।
ବିଷାଦକୁ ଆଣି ଆଉ
କଣ କରିବା କରିଦେବା
ଲୋକ ବି ନୁହଁ ମୁଁ ।
ବାଟ ଭାଙ୍ଗି ଆଉ କୁଆଡେ
ଯିବାକୁ ବି ମନ ନାହିଁ ମୋର ।
ଆଉ କିଏ ଯେ ଏଠି
ମୋ ପାଇଁ କରିଦେବ କଣ
ମୋର ଭାବନାରେ ନାହିଁ ବି
ସେଇଟା ବିଷାଦର ନାହିଁ ଭୂମିକା ।
This poem has not been translated into any other language yet.
I would like to translate this poem