ପୁଣି ଥରେ
ମହାନ ହେବାକୁ ହେବ,
ପୁଣି ଥରେ
ମଣିଷ ମଣିଷ ଭିତରେ
ବିଭେଦର ପ୍ରାଚୀର
ଉଠାଇ ଶାନ୍ତି
ଆଉ ସ୍ଥିରତା ଆଉ
ପ୍ରଗତିର ରାସ୍ତାକୁ
ଘୁରାଇବାକୁ ହେବ ।
ପୁଣି ଥରେ
କହି ଦେବାକୁ ହେବ,
ତୁମର ନୁହଁ
ରାଜୁତି ଚାଲିବ ଆମର
କେବଳ ଆମର, ଆମର ।
This poem has not been translated into any other language yet.
I would like to translate this poem