ବନ୍ଦକର
ଯେତେସବୁ ବାହାପିଆ କଥା,
ବନ୍ଦକର
ଆଉ ସବୁ ଖାଇବା ପିଇବା ।
ଯେତେଦୂରେ ଅଛ ତୁମେ
ଭାବ ଯେ ତୁମେ ହିଁ
ଅଛ ପାଖରେ ।
ପାଖଠୁ ଆହୁରି ପାଖ
ଭିତରଠୁ ଆହୁରି ଭିତର
ସବୁ ସତ୍ୟ ପୁଣି ସବୁ ଅସତ୍ୟ ।
ଆଖି ତୁମର ତୁମଠି
କିନ୍ତୁ ପାରୁ ନ ଦେଖି କିଛି ।
ତୁମେ ତୁମର ନାହଁ ଆୟତ୍ତରେ
ଯାହାକୁ ନେଇ ଚର୍ଚା ଜଗତରେ ।
This poem has not been translated into any other language yet.
I would like to translate this poem