କିଏ କାହାକୁ
କଣ ବୋଲି ଡାକେ
ପୁଣି କିଏ କରେ କଣ
କେତେବେଳେ ଜାଣେ ନା କିଏ ।
କିଏ ଥାଏ କୋଉଠି
ଆଉ ଥାଇ କରେ କଣ
କାର୍ଯ୍ୟ କାରଣର ପ୍ରଭାବ
ପଡେ କୋଉଠି ଜାଣେ ନା କିଏ ।
ଆଉ ଜାଣି ନ ଜାଣି ଥାଏ
ପାଖରେ, ଥାଏ କି ନ ଥାଏ
ନ ଥାଏ ଗୋଚର, ଆଉ
ଯାହା ଥାଏ ନୁହେଁ କାହାର ।
This poem has not been translated into any other language yet.
I would like to translate this poem