କବିତା ହୋଇ ଯା,
ହୋଇ ଯା କବିତା ।
ରେ ଜୀବନ, ତୋ ଠି
ପୂରା ସମର୍ପିତ ମନ ।
ଯୁଆଡୁ ଯେମିତି
ଯାହା ହେଲେ ବି
କେନ୍ଦ୍ରରେ ତୁ ।
ତତେ ନେଇ ଇ
ଘୂରାଫେରା ଆଉ
ଯେତେ ଯାହା ଜୀବନ ।
ଜୀବନ, କବିତା ହୋଇ ଯା
ଆଉ ବଂଚି ଯା ପବନରେ,
ମାଟିରେ ମାଟି ଆଉ ଆକାଶରେ
ଆକାଶ ହୋଇ ରହି ଯା ସବୁଠି ।
This poem has not been translated into any other language yet.
I would like to translate this poem