ସବୁବେଳେ କଣ
ଏମିତି ଚାଲିବାକୁ ପଡିବ
ଏ ଖରାଝାଉରେ
ପଥୁରିଆ ରୁଗୁଡିଆ
ଭଙ୍ଗାକାଚ ପଡିଥିବା
ଆବଡାଖାବଡା ରାସ୍ତାରେ,
ସବୁବେଳେ କଣ
ଟାଣି ହେଉଥିବି
କଙ୍କଡାଙ୍କଦ୍ଵାରା
କାଦୁଆ ନର୍ଦମା ଭିତରେ
ଆଉ ସିଝୁଥିବି ସନ୍ତୁଳି
ହେଉଥିବି ନିଜ ଭିତରେ ।
ଯଦି ହଁ,
ଜୀବନରେ ଆଉ
ରହିଲା କଣ?
କଣ ରହିଲା ଯେ
ଡାକିବି ଏ ପବନ
ଥା ମୋ ପାଖେ
ମୁଁ ଯାଉଛି ମାପିବାକୁ
ଆହୁରି କୋଣଅନୁକୋଣ ।
ଯାଉଛି ଆଣିବାକୁ
ବାସ୍ନା ଫୁଲଠୁ,
ଯାଉଛି ଆଣିବାକୁ
ଆଲୁଅ ତାରାଠୁ,
ଯାଉଛି କହିବାକୁ
ସମସ୍ତଙ୍କୁ ରହରେ
ଅପେକ୍ଷା କରିଥାଅ
ଚେରଉଛି ନୂଆ ଜୀବନ ।
This poem has not been translated into any other language yet.
I would like to translate this poem