କହିଦେଲେ ସରିଯାଏ
ନୁହେଁ ଏମିତି ।
ଆହୁରି ଅନ୍ଧାର ବାଟଖୋଜେ,
ଆହୁରି ଥାକ ଥାକ ହୋଇଥାଏ
କନିଅର ମଂଜି ।
ଭିତରେ ଥାଏ ଯିଏ ବାହାରେ ନା,
ଆଉ ବାହାରେ ଯିଏ ସେ ଯେ
ଭିତରେ ନ ଥାଏ, ନୁହେଁ ଏମିତି ବି ।
ତଫାତ ଥାଏ ଆଉ ବଢେ
ଭିତର ବାହାର ।
ପ୍ରଶ୍ନ ଉପରେ ପ୍ରଶ୍ନ ଆସୁଥାଏ,
ନ ଥାଏ ଉତ୍ତର, ନୁହେଁ ଏମିତି ।
କିନ୍ତୁ ଥାଏ ଯାହା ତାକୁ ଯେ
କେହି ବୁଝିଥାଏ ଠିକ୍, ନୁହେଁ ।
This poem has not been translated into any other language yet.
I would like to translate this poem