ଆଉ କଣ ଅଧିକା?
ସବୁ ତ ସ୍ପଷ୍ଟ ଆଉ ଜଳ ଜଳ,
ନ ଜାଣି ପାରିଲା ଲୋକକୁ କାଳ ।
କେହି ନ ଜାଣିଛି ନୁହେଁ,
ଜାଣି ଅଜଣା ହୋଇ
ରହିବା ହିଁ ଭୁଂଜିବା ବିଷଫଳ ।
ସତର୍କ ନ ରହିଲେ
ନିକଟ ଯମ ଦୁଆର ।
ଯାଅ କି ଥାଅ ନାହିଁ ଫରକ,
ବୁଝ ସତ୍ୟ ଆଉ ନୀରବରେ ଦେଖ
କଣ କରୁଛି ଅନ୍ଧାର ।
ଏଇଠି ଘର ଯୋଉଠି
ଉଜାଣି ଖାଉଛି ଆଲୁଅ ।
ପଚାର ନା ତୁମେ କାହାର
ଜଣା ପଡିଯିବ ବଳେ ନିଆଁଗାର ।
This poem has not been translated into any other language yet.
I would like to translate this poem