ଜାଣେ
ମୋର ସମର୍ଥକ
ସଂଖ୍ୟା ବହୁତ କମ ।
ଜାଣେ
ସତ୍ୟର ନିଆଁରେ
ଝାସ ଦିଅନ୍ତି କ୍ବଚିତ୍ ।
ଜାଣିକରି କହୁଛି
ନିଷ୍ଠୁର ସତ୍ୟ ।
ଜାଣିକରି ରହିଛି
ସକାଳୁ ସତର୍କ ।
ସତ୍ୟ ସୂର୍ଯ୍ୟଙ୍କୁ କିନ୍ତୁ
ଅବୋରି ନିଅନ୍ତି ଯେତେଲୋକ
ସମସ୍ତେ ହୋଇଯାନ୍ତି ପବିତ୍ର
ଆଉ ଥାଆନ୍ତି ସଦା ନିର୍ଭୟ ।
This poem has not been translated into any other language yet.
I would like to translate this poem