ଭୁଲି ଗଲି,
ଗଲି ଭୁଲି ।
କଣ ଭୁଲିଲି?
ଭୁଲି କଣ ଭୁଲ କଲି?
ଠିକ୍ ତେବେ କଣ?
କହିଦିଅ,
ସୁଧାରି ନେବି ଜୀବନ ।
ଜୀବନ କହିଲେ
ଜାଣିଛ କିଏ
କହିଦିଅ ମତେ ।
ମୁଁ ଯେ ମରୁଛି ଏଠି
ପ୍ରତିମୁହୂର୍ତ ଏମିତି
ଜାଣି ବି
ଅଜଣା କେମିତି ।
This poem has not been translated into any other language yet.
I would like to translate this poem