ପଳାଶ ନା ପଳାଶୀ,
ଯିଏ ବି ହେଉ,
ବିଶ୍ଵାସ ନାହିଁ ।
ରଙ୍ଗର ମାନେ ନାହିଁ,
ଆଉ ନାହିଁ ବି
ଜୀବନର ଅର୍ଥ ।
ତଥାପି ହୋଲି ଆସିଲେ
ପଳାଶ ହୁଏ ଲୋଡା
ବାସ କଥା ଛାଡି ।
ଆଉ ସଂଘର୍ଷ କଥା ଉଠିଲେ
ପଳାଶୀ ମନେ ପଡେ
ଦୃଢ଼ତା ହୁଏ ନା ଏଡି ।
ମୁଁ କିନ୍ତୁ ଥାଏଁ ସଦା,
ଥାଏଁ କୋଉଠି, ଜଣା ନାହିଁ ।
This poem has not been translated into any other language yet.
I would like to translate this poem