ଗୋଟିଏ ପୃଷ୍ଠା
ଗୋଟିଏ ଶରୀର
ଗୋଟିଏ ସୂର୍ଯ୍ୟ
ଗୋଟିଏ ଗୋଟିଏ
କେବଳ ଗୋଟିଏ ।
ଗୋଟିଏ ମା
ଗୋଟିଏ ମାଟି
ଗୋଟିଏ ଆକାଶ
ଗୋଟିଏ ଗୋଟିଏ
କେବଳ ଗୋଟିଏ ।
ଗୋଟିଏ ଗୋଟିଏ
ହୋଇ ହୋଇ ଆମେ
ହେବା କୋଟିଏ କୋଟିଏ
ମାତୃଭାଷା ଧରି ହାତରେ ।
ମାଟି ମା ମାତୃଭାଷା ବିନା
ନାହିଁ ଗତିମୁକ୍ତି ନନା
ଉଡି ପାରିବ ନି ବୈଜୟନ୍ତିବାନା
ମାଟି ମା ମାତୃଭାଷା ବିନା
ଆମେ କିଏ କୋଉଠାର
କିଏ ବାପା ମା
ନାହିଁ କିଛି ଚିହ୍ନା ।
This poem has not been translated into any other language yet.
I would like to translate this poem
Mother, mother language and motherland is above all supreme.