ଶସ୍ତ୍ର ପୂଜା
ଗଜାନନ ମିଶ୍ର
ଦଶରା,
ଚାଲିଛି ପୂଜା।
ମାରିବାକୁ ଶତ୍ରୁ
ଆମେ ପ୍ରସ୍ତୁତ।
ଆମର ଅସଂଖ୍ୟ ମୁଣ୍ଡ
ଅସଂଖ୍ୟ ହାତ ପାଦ,
କେମିତି କିଏ କଟିବ
ପୂଜା ହେଉଛି ଅସ୍ତ୍ରଶସ୍ତ୍ର ।
ଆମ ଭିତରୁ
କିଏ କେତେବେଳେ
କଣ ପାଇଁ କୋଉଠି
ହେଉଛି ରାମ ପୁଣି ରାବଣ।
କିଏ ମରୁଛି ପୁଣି ଜିଉଁଛି
ଆଉ କହୁଛି ଆମକୁ
ମାରିବାକୁ କାହାର
ଏ ଯାଏ ହୋଇ ନି ଜନ୍ମ।
ଆମର ଯେ ଅଛି
ଗୋଟେ ମେରୁଦଣ୍ଡ
ପଡୁ ନି ଜଣା,
ଆମର ଯେ
ଫିଟୁଛି ତୁଣ୍ଡ
ହେଉ ନି ଗଣା,
ଆଉ ଆମେ ସଂପୂର୍ଣ
ଏଠି ବାଟବଣା।
ଉଡୁଛୁଁ ରାଫେଲରେ
ଖୋଜୁଛୁଁ ଶତ୍ରୁ ବାହାରେ
ଆମେ ଯେ ଆମର ଶତ୍ରୁ
କିଏ କହୁଛି କହୁ।
ବାଣଫୋଟକାରେ
କଂପାଉଛୁଁ ମେଦିନୀ
ଯେ ଯାହାର ଇତିହାସରେ
ନାଚୁଛନ୍ତି ତାକ୍ ଧିନାଧିନି।
ମାର୍କେଟ ଚାଲିଛି
ବଢି ବଢି ଆମର ଏଠି।
କିଣାବିକା ହେଉଛି ଯୋଉଟା
କାହାରି କିଛି ସେଥିରେ
ଲାଭକ୍ଷତି ନାଇଁ।
ଲାଗୁଛି ଏବେ ଯେମିତି
ଆମେ ସମସ୍ତେ ଗୋଟେ ହୋ
ଆମେ ନାହିଁ ଯଦିଓ।
ତପୋବନ,ଟିଟିଲାଗଡ,ବଲାଙ୍ଗିର
8/10/2019
This poem has not been translated into any other language yet.
I would like to translate this poem