ଏତେ କହୁଛି ସେତେ କହୁଛି
କହୁଛି କେତେମତେ
ବରଫ ଆଉ ନିଆଁ ଭିତରେ
ସିଝୁଛି ଆଉ ସଢୁଛି ମୁଁ
ଜାଣି ପାରୁ ନ ସତେ!
ଦିଶୁଛି ଆଉ ଦିଶୁ ନି
କହୁଛି ଆଉ କହୁ ନି
ଆନନ୍ଦର ଡେଣାରେ ଉଡୁଛି
ଦୁଃଖର ହାୱାରେ
ବୁଝି ପାରୁ ନ ସତେ!
ଅଛି ଯାହା ସବୁ ମୋର
ଆଉ ଆଉ ସବୁ ତୁମର।
କହୁଛି ଆଉ ବଂଚୁଛି ଧରି
ହାତରେ ଆଲୁଅ ଆଉ ଅନ୍ଧାର ।
This poem has not been translated into any other language yet.
I would like to translate this poem
Pain and pleasure go together