ଅନାବାଦୀ ଜମିର
ଧାନ ଇଏ ନୁହଁ ଯେ
ମନ ହେଲା କାଟି ନେବ!
ସ୍ୱପାର୍ଜିତ ରୟତି ଜମିର
ଫସଲ ଇଏ,
ନେବାକୁ ଇଚ୍ଛା ଯଦି
ଦେବାକୁ ହେବ ପାଉଣା ଆଉ
ପ୍ରଥମେ ନେବାକୁ ହେବ ଅନୁମତି।
ତୁମେ ତୁମର ମନକୁମନ
ଉଖୁଡା ଖାଇଲେ ଚଳିବ ନି,
ଭଲମନ୍ଦ ବିଚାରି,
ତଳଉପର ପରଖି
ଆଗେଇବାକୁ ହେବ ଆସ୍ତେ ଆସ୍ତେ
ଲକ୍ଷ୍ୟପଥରେ ଏମିତି।
This poem has not been translated into any other language yet.
I would like to translate this poem
Life with definite aim, a great life