ରକ୍ତ ରକ୍ତ
ଆକାଶର ଦେହସାରା।
ଆଉ ଆକାଶ ମୋ ଭିତରେ।
ଭିତରୁ ଭିତରକୁ ଗଲାବେଳେ
ଭେଟୁଛି ମୁଁ ତୁମକୁ।
ଭିତରେ ନାଇଁ ବାହାରେ
କହୁଛ ଏତେବେଳେ।
କଣ ହେଲା ପଚାରିବାକୁ ଡି
ଦେଉ ନ ସମୟ ଆଉ
ହେଉଛ ହାଜର ଆଗରେ।
ଆଗପଛ ଦରାଣ୍ଡି ହେଲାବେଳକୁ
କିଛି ପାରୁ ନି ଦେଖି ।
ଆଉ ଯାହା ନ ପାରୁଛି ଦେଖି
ସେଇଠି ଇ ତୁମେ।
This poem has not been translated into any other language yet.
I would like to translate this poem