କ୍ଷମତା ଚାଲିଯିବାର ଭୟରେ
ମିଛଖଚ ଦାରିଚୋରୀ ନିଶାଦିଶା
କେହି ମାନୁ ନି ଆଉ କିଛି ।
ଭାଗ ଭାଗ କରି ଦିଆଯାଉଛି ମାଟି
କୋଶଳ କଳିଙ୍ଗ ଉତ୍କଳ
ଭାରତ ଆମେରିକା ରୁଷିଆ।
କ୍ଷମତା ଚାଲିଯିବାର ଭୟରେ
ମାୟା ରଚନା କରା ଯାଉଛି
ଜାତିପ୍ରେମ ଦେଶପ୍ରେମର
ମିଛିମିଛିକା ନାରାରେ।
ଆଉ ଆଉ କୋଉଠି କୋଉଠି
ଆତଙ୍କ ସୃଷ୍ଟି କରାଯାଉଛି
ମାନବିକତାକୁ ହନନ କରି
ଅପ୍ରାକୃତିକ ଅପରାଧରେ।
This poem has not been translated into any other language yet.
I would like to translate this poem
Power - root of all evil, necessaty evil, be caitious men.