କଙ୍କଡା କୁକୁର ଆଉ ବିଲେଇ
ସବୁ ଏଇଠି ଆଉ ଏମାନେ
ପାରନ୍ତି ନି ବୁଝି କିଏ ଅଛି
କଣ ପାଇଁ କେତେଦିନ!
ସୋରିଷଫୁଲର କ୍ଷେତ
ବଉଳଫୁଲର ବାସ
ଆଉ ମନ୍ଦମଳୟ ସବୁ ଏଇଠି
କିନ୍ତୁ ମନ୍ଦମତି ପାରେ ନି ବୁଝି
ଆଉ ହୁଏ ବିଚଳିତ
ଆଉ କରେ ସବୁ ନଷ୍ଟ।
ଏଇଠି ଇ ନୂଆପୁରୁଣା
ଯୋଡାଯୋଡି ଆଉ ଏଇଠି ଇ
ସତମିଛ ଖେଳ ଅହର୍ନିଶ
ଆଉ ସେ ଖେଳରେ ହୁଏ କଣ!
This poem has not been translated into any other language yet.
I would like to translate this poem