କାହାର ବିଜୟ,
ବିଜୟ କାହାର ।
କହିଲେ, ନୁହେଁ ସମୟ
ବିଚାର କରିବାର ।
କହିଲେ, ଏଠି
ଯିଏ ଯାହାର
ସିଏ ତାହାର ।
କହିଲେ ନାହିଁ, କେମିତି
ଲଂଘାଯାଏ ସାଗର ।
କହିଲେ, ସମୟ ଭୟଙ୍କର,
କହିଲେ, ସାଧାରଣ ଲୋକ ହିଁ
ସବୁ ସମସ୍ୟାର ପ୍ରଥମ ଶିକାର ।
ସମସ୍ୟା ତ ନିଜେ ନିଜର,
ସମସ୍ୟା ନିଜେ ହିଁ ଅନ୍ୟର ।
This poem has not been translated into any other language yet.
I would like to translate this poem