ଭାଷା ବେପାରୀଙ୍କୁ ନୁହେଁ >
ରୁହ ସତର୍କ - ପ୍ରାର୍ଥନା ମୋର,
ଏକ ହୋଇ ଲାଗ
ମା ପାଇଁ, ମାଟି ପାଇଁ,
ମାତୃଭାଷା ପାଇଁ ।
ଲାଗିପଡ ଇର୍ଷାଅସୂୟା ଛାଡି,
ଲାଗିପଡ ତୋଷାମତିରୁ ଉର୍ଧ୍ଵକୁ ଉଠି,
ଲାଗିପଡ ଭାଇ ଏକ ହୋଇ,
ଲାଗିପଡ ସମଗ୍ର ବିଶ୍ଵରେ ସର୍ବଶ୍ରେଷ୍ଠ ବୋଲାଇ ।
ମାକୁ, ଭାଷାକୁ, ମାଟିକୁ ଭଲ ପାଇବା,
ନୁହେଁ ବେପାର ଭାଇ,
ଲାଭ ଉଠାଇବା ପାପ ଏଠି ।
ପୂର୍ବପୁରୁଷ, ଉତ୍ତର ପୁରୁଷ
ସମସ୍ତେ ରହିଛନ୍ତି ଚାହିଁ,
ନର୍କକୁ ଗତି ଭାଇ, ନାହିଁ ଯଦି,
ଆତ୍ମା ଭଗତି ।
This poem has not been translated into any other language yet.
I would like to translate this poem