ଦୁନିଆଯାକର ଦୁଃଖ ଛଡା Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଦୁନିଆଯାକର ଦୁଃଖ ଛଡା

Rating: 5.0

ଅଛି ଆଉ କଣ ବା
ଦୁନିଆଯାକର ଦୁଃଖ ଛଡା
ମୋ ପାଖରେ!
ମୁଁ ତ ମୋ ଶବ୍ଦଙ୍କୁ ବି
ସାଇତି ସଜାଡି ପାରି ନି ରଖି
କି କହି ପାରି ନି ମୋ ରାସ୍ତାକୁ
ଆରେ ହେ ଭଲରେ ଭଲରେ
ଯା ଯାଉଛୁ ଯୁଆଡେ।
ରଡି ଚିଲ୍ଲାଇ କହିଛି ଯାହାସବୁ
ଆକାଶକୁ ବୃଥାରେ
ଜାଣେ ଯେ ଆକାଶର
କାନ ଇ ନାଇଁ।
ନିଦରୁ ହଠାତ୍ ଉଠି
ବାଉଳି ହୋଇଛି
ଜାଣି ନ ପାରି ଆରମ୍ଭ
ଆଉ ଶେଷ କୋଉଠି କୋଉଠି।
ମିଛେ ମିଛେ ହସିଛି
ଆଉ ସତ କାନ୍ଦକୁ ଦେଇଛି
ଲୁଚାଇ ଅଭିନୟର ଚାରୁଚିତ୍ରରେ।
ନିଦକୁ କହିଛି ଥାରେ ଥା
ମୋ ଇଲାକାରେ ଶାନ୍ତିରେ।

COMMENTS OF THE POEM
Tapaswini dash 08 December 2019

Life is full of sorrows, true

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success