ଏତେ ସବୁ ଘଟିଗଲା
ବୁଝି ହେଲା ନାହିଁ କିଛି ।
ଆଉ କଣ ହୋଇଥିଲେ
ପାଟିରୁ ବାହାରିଥାନ୍ତା
ହେଉ ହେଲା ଥାଉ ଏତିକି ।
ସମୟ ଆସିଲା ନାହିଁ,
ଆସେ ନାହିଁ ବି କେବେ
କାହାରି ପାଖକୁ କେତେବେଳେ,
ଯାଉଥାନ୍ତି ସମସ୍ତେ ସବୁଆଡେ ।
କୋଉଠି କିଏ କେତେବେଳେ
କଣ ପାଇଁ ପହଁଚେ ନ ଥାଏ
ଅଗୋଚର କାହାକୁ ଏଠାରେ ।
କେଉଁଠି ବି ଘଟେ ନା କିଛି
ଘଟଣାକ୍ରମ କିନ୍ତୁ ଚାଲିଥାଏ ଲେଖା ।
This poem has not been translated into any other language yet.
I would like to translate this poem