କହୁଛି ଆରେ ହେ
ଜୋର ଏତେ ଦେଖା ନା।
ତୋର ତ ଯୋଗ ଅଛି
ମହମବତୀ ହୋଇ ସରିବା।
ତୋର ତୁ ସ୍ୱପ୍ନରେ ଭାସୁ ଥା,
ଆଉ ଥା ହସଲୁହ ଜାବୋଡି
ତୋର ତୁ ତୋଠି।
ସକାଳ ଆଉ ସଂଧ୍ୟା ତୋର,
ଜାଣେରେ ବାୟା।
ଗଲେ ତୁ ଲାଗେ ଖାଲି ଖାଲି,
ଧୂପ ଦୀପ ପ୍ରାର୍ଥନା ସବୁ ଅନ୍ଧାର,
ରଙ୍ଗ ରସରେ ମାତି
ଏତେସେତେ ବାସ୍ନାରେ
ହୀରୋ ପରି ଠିଆ ତୁ
ମୋ ଆଗରେ।
ଆରେ ହେ, ପାହାଚ ପାହାଚ
ଯାଉଛୁ ଚଢି
ଉତୁରିବୁ ଆଉ କେବେ
ଅପେକ୍ଷା ମୋର ଏତକ।
This poem has not been translated into any other language yet.
I would like to translate this poem