ରାତି ଏକ ପୁରୁଣା ବନ୍ଧୁ
ପାଖରେ ରଖିଥାଏ ଯିଏ
ସବୁ ଭଲ ପାଇବା ଆଉ
ଉସୁକାଉଥାଏ ସ୍ୱପ୍ନ ସବୁ।
ପୁଅବୋହୂଘରେ ଦିନୁଟିଏ
ଲାଗେ ଯେମିତି ଗୋଟେ
ଯୁଗ ସେମିତି ବାହାରେ
ଆକାଶରୁ ବିଜୁଳି ପରାୟେ।
ବୁଡି ଯାଉଥିବା ଡଙ୍ଗାରୁ
ଯେମିତି ପୁଣି ବାହାରି ଆସି
ଆଗରେ ଛିଡା ହୁଏ ନୂଆ
ସମୟ ସବୁ ସୂର୍ଯ୍ୟ ଧରି
ସେମିତି ବିବେକର ଡାକରାରେ
ହାଜର ହୋଇଯାଏଁ ଚନ୍ଦ୍ର ପାଖରେ।
This poem has not been translated into any other language yet.
I would like to translate this poem
Night - the old friend knows everything