କର୍କଶ ପଥର, ଶୁଖିଲା ଝରଣା,
ମୃତ ଭାଷା, ଡାହାଣୀ ମା,
ଅବିଶ୍ଵସ୍ତ ପତ୍ନୀ ମରଣ ଦେବାକୁ
ଆଗ ।
ଖୋଲା ଆଖିର ସ୍ଵପ୍ନ,
ଗୁପ୍ତ ଶତ୍ରୁର କବାଟ,
ବାବନାଭୂତର କାକୁତି
ବିଶ୍ଵାସ କରିବା ମାନେ
ନଷ୍ଟ କରିବା ଜୀବନର
ଗତି ଓ ପ୍ରକୃତି ।
ଡେଣାକଟା ପକ୍ଷୀ ହିଁ କହିପାରେ
ଆକାଶ କେତେ ନିଜର ।
ଭାଗ୍ୟରେ ବିଶ୍ଵାସ କରୁଥିବା
ଲୋକ ପାରେ ନା ଜିଣି ଶତ୍ରୁଘେର ।
This poem has not been translated into any other language yet.
I would like to translate this poem
life in reality, the world and struggle for existence.