ଏହା ନୁହେଁ ମିଛ Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଏହା ନୁହେଁ ମିଛ

Rating: 5.0

ସମୟ ପଡିଲେ, ମିଛ କହିବାକୁ ପଡେ ବେଳେବେଳେ ।

କିନ୍ତୁ ମୋର ଜନ୍ମ ଏକ ବ୍ରାହ୍ମଣ ଘରରେ, ମୋ ଜେଜେ ପଠାଣିଙ୍କ ଜନ୍ମମାଟି
-ବ୍ରଜସୁନ୍ଦରପୁର, ବୃନ୍ଦାବନପୁର ବ୍ରାହ୍ମଣ ଶାସନରେ - ଏହା ନୁହେଁ ମିଛ ।

ମୋ ମାଙ୍କ ଭାଷା ସରକାରୀସ୍ତରରେ ଓଡିଆ କହିଲେ ଚଳିବ,
କିନ୍ତୁ ସ୍ଥାନୀୟ ଭାଷାରେ କୁହାଯାଉଛି କୋସଲି,
ଯାହାର ସମ୍ବିଧାନ ସ୍ଵୀକୃତି ଜରୁରୀ ।
ଓଡିଶା ସରକାର ଏହି ଭାଷାକୁ ଯେତେ ଶୀଘ୍ର ସରକାରୀ ଭାଷା ଘୋଷଣା କରିବେ,
ଏକ କୋଟିରୁ ଅଧିକ ଲୋକ ସେତେ ଖୁସି ହେବେ ।

ମାଙ୍କ ଭାଷାରେ ପ୍ରାଥମିକ ଶିକ୍ଷା ଦେବାକୁ କହୁଛି ଭାରତୀୟ ସମ୍ବିଧାନ,
ମାନିଲେ ହିଁ ହୋଇ ପାରିବ ମାନବିକ ସମ୍ବଳର ବିକାଶ ।

ବିଶ୍ଵାସ ମୋର - ପୃଥିବୀ ଗୋଟିଏ, ଜନ୍ମରୁ ମୃତ୍ୟୁ ଜୀବନ ଗୋଟିଏ,
ମାଟି ଗୋଟିଏ, ଆକାଶ ଗୋଟିଏ । ପବନ ଗୋଟିଏ, ପାଣି ଗୋଟିଏ ।
ଆଉ ଜୀବ ମାତ୍ରେ ରହନ୍ତି ୟା ଭିତରେ ଅତଏବ ଜୀବ ଗୋଟିଏ ।

ବିଶ୍ଵାସ କରେଁ ଧର୍ମରେ ଯାହାକୁ ମୁଁ କହେଁ ପ୍ରେମ ।
ପ୍ରେମ ଥାଏ ସତ୍ୟରେ ଯାହା ଜୀବନ ।

Tuesday, July 11, 2017
Topic(s) of this poem: earth,love,truth
POET'S NOTES ABOUT THE POEM
Written in Odia language, Odia is the official language of Odisha, India. Truth of life is describe here. Love is the only truth. and we are all in oneness under this sky.
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success