ଏ ମାଟି ଆଉ ଏ ଆକାଶ
ସବୁ ଅଛି ଏଠି।
ନ ଥିଲେ ଆମେ,
ରହିବା ନାହିଁ ବି ଆଗକୁ।
ଆମେ ନୁହଁ ସୁନ୍ଦର,
ସୁନ୍ଦର ଆକାଶ।
କହିବାକୁ ସୁନ୍ଦର ଆକାଶ,
କିନ୍ତୁ ନାହିଁ ଆକାଶ ଏଇଠି
ଏଇଠି ଅଛି କେବଳ ଏ ପେଟ,
ଆଉ ଏ ପେଟ ରହିଛି ଚାହିଁ
ମାଟିକି ଆଉ ମାଟି ଡାକୁଛି
କହି କହି ଆ ଆ ଆରେ ଆ
ତୋ ପାଇଁ ରଖିଛି ସବୁ ସାଇତି।
This poem has not been translated into any other language yet.
I would like to translate this poem