କେତେଜଣ ଶୋଇଛନ୍ତି
ଆଉ କେତେଜଣ ନ ଶୋଇ
କଣ କଣ କରୁଛନ୍ତି ଆଉ
ଆଉ କେତେଜଣ ଅଛନ୍ତି ନିଜ ନିଜ
ଜ୍ଞାନ ବିଜ୍ଞାନ ସବୁ ଦେଖାଇବାରେ।
କେତେଜଣ ପୂରା ନିଆଁ
ଆଉ କେତେଜଣ ବରଫ
କେତେଜଣ ପବନ ହୋଇ
ଉଡି ଚାଲିଛନ୍ତି ଏଆଡେ ସେଆଡେ।
ଯିଏ ଯେଉଁଆଡକୁ ଗଲେ ବି
ଅଛନ୍ତି ସେଇଠି ଯେମିତି ଥିଲେ ପୂର୍ବରୁ
ତାହା ହିଁ ଗୁରୁତ୍ୱପୂର୍ଣ୍ଣ ଏଠି।
ଯେତେ ଯାହା ହେଲେ ବି ସମସ୍ତେ
ନିକଟୁନିକଟୁ ଦୂରୁଦୂରକୁ ଯାଉଛନ୍ତି
ପଡୁଛି ଜଣା ସ୍ପଷ୍ଟ।
This poem has not been translated into any other language yet.
I would like to translate this poem