କାହାକୁ କୋଉ କଥା କହିବ କେମିତି
ଆଉ କିଏ କେତେବେଳେ କଣ ବୁଝି
କଣ ବସିବ କରି କିଏ ଜାଣିଛି ଆଉ
ଜାଣିଲାବେଳକୁ ନା ଥିବ ଏମିତି ଆଜି!
ଅଚାନକ ଉଠିଯିବା ଆଉ ଅଚାନକ
କଚଡା ଖାଇ ତଳେ ପଡିବା ଅର୍ଥ
କୋଉଠି କଣ ହିସାବକିତାବରେ
ଗଣ୍ଡଗୋଳ ହେବା ଯୋଉ ହିସାବଟା
ହେବାର ନ ଥିଲା ଏଠି କେବେ ବି।
ଥାଉ, ବାକି ଯାହା ଯୋଉଠି।
ଏତିକି ସେତିକି ହିସାବ କିତାବ କରି
ଆଗେଇ ଆସିଲାବେଳକୁ ଅଗଣାକୁ
କହୁଛି ଆଉ କେତେ ସତ ମିଛ
ଯାହାକୁ ଧରି ହେଉ ନି କରି କିଛି ପବିତ୍ର।
ଦିନକୁ ମନକୁ କରିଛୁ ଆଣ୍ଟ
This poem has not been translated into any other language yet.
I would like to translate this poem
To whom to speak the truth? A question is to be put.