ଅପେକ୍ଷାକର ଅପେକ୍ଷାକର
ଧ୍ବଂସ ହେବ ଧ୍ୱଂସ ହେବ
ଆସ୍ଥାକୁ ବିଶ୍ୱାସକୁ ମାରିଛ ଠୋକର।
ଧ୍ବଂସ ହେବ ଧ୍ବଂସ ହେବ
ଅପେକ୍ଷା କର ଅପେକ୍ଷା କର
ପ୍ରେମକୁ ସମର୍ପଣକୁ ଭାବିଛ କିଣିବ।
କାନ୍ଦକୁ ଭାବୁଛ କିଆଁ ଦୁର୍ବଳ!
ଦେଖ ଦେଖ ସତ୍ଯ କେତେ ସବଳ!
ଶତସହସ୍ର ସୂର୍ଯ୍ୟ ବି ପରାସ୍ତ,
କବି ଆହତ, ନୂଆ ସମୟ ଉପଗତ।
ରୁହ ରୁହ, ଈର୍ଷା ଦ୍ୱେଷ ଘୃଣା
ଯାଉଛି ହୋଇ ହୋଇ ଅସ୍ତ।
ରଙ୍ଗୀନ ଆଲୁଅରେ ଭାସିଲାଣି ପୃଥିବୀ,
ତୁଚ୍ଛାରେ ଦିଅ ନି ଅପମାନ, କଷ୍ଟରେ କାନ୍ଦିବ କବି।
This poem has not been translated into any other language yet.
I would like to translate this poem
Give no pain to poets, and invite not destruction