ନିଜକୁ ପାଇବା ପୁଣିଥରେ, ନମସ୍କାର Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ନିଜକୁ ପାଇବା ପୁଣିଥରେ, ନମସ୍କାର

Rating: 5.0

1.

ଜଙ୍ଗଲରେ ଆଉ ଅନ୍ଧାରରେ
ଆମକୁ ଯିବାକୁ ହେବ ଆଗକୁ ।

ସାପ ବାଘ ପାରିବେ ନି କରି କ୍ଷତି,
ଜାଣୁ ଆମେ ସମୟର ବ୍ୟବହାର ।

ରାତିଦିନ ଆମେ ଆମର,
ଶୁଣ କରୁ ନା ଖାତିର୍ >

2.

ନୁହନ୍ତି ପକ୍ଷୀମାନେ ଆମର,
ଆକାଶ ଆମର ।

ଅଛି ଆକାଶ ପକ୍ଷୀଙ୍କ ଭିତରେ ।

ପକ୍ଷୀମାନେ ଉଡନ୍ତି ଆକାଶରେ,
ଆମେ ହସୁ, ଆମେ କାନ୍ଦୁ,
ଏ ମାଟିରେ ପକ୍ଷୀଙ୍କ ସହିତ

3.

ଯାଆନା, ଯାଆନା,
ଡାହାଳ କୁକୁରଗୁଡାକ ସେଆଡେ ।

କଅଁଳ କୋମଳ କଲିଜା ଦେଖି
ଚୋବେଇ ଯିବେ ତୋତେ ।

ବିଧି ବିଧାନକୁ
ପୋଷା ମନେଇଛନ୍ତି ସମସ୍ତେ ।

4.

ମନର କଥା ଥାଉ ମନରେ,
ମନରେ ଅଛି ଯାହା କହିଦେଲେ
ଉଶ୍ଵାସ ଲାଗେ ପ୍ରାଣ ଟିକିଏ ।

ଆଉ ଯାହା ଯେତେବେଳେ
ଭେଟିବାକୁ ହେବ ସାକ୍ଷାତରେ ।
କିଏରେ, ନାହିଁ କାହିଁରେ।

5.

ଆମେ କହିବା ଏକ,
ତୁମେ କହିବ ମୋ ବିରୋଧରେ
ମୁଁ କହିବି ତୁମ ବିରୋଧରେ ।

ତୁମେ କାଟୁଥିବ ମୋ ଚେର,
ମୁଁ କାଟୁଥିବି ତୁମ ଚେର,
ଆମେ କେଡେ ନିଜର ପରସ୍ପର ।

6.

କଣ ଲେଖିଲେ ବଡ କଥା ନା
କିଏ କେତେବେଳେ ଲେଖିଲା ବଡ କଥା?

ଯିଏ ଯାହା ଲେଖୁ କଣ କେତେ ପଡିଲା ପ୍ରଭାବ
ହିସାବରେ ନେବାକୁ ହେବ ସେସବୁ ।

7.

ଆଜିର ସକାଳ ଆସିଛି କେବଳ ମୋ ପାଇଁ,
କେବଳ ଆମ ପାଇଁ, ଆଉ ଆମେ ସକାଳର
ନିଶ୍ଚିତ କରିବା ପାଇଁ ଆମେ ନିଜ ଭିତରେ
ନିଜକୁ ପାଇବା ପୁଣିଥରେ, ନମସ୍କାର ।

COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success